କଳାହାଣ୍ଡି ରାଜନୀତିରେ ଏବେ ସବୁକିଛି ଠିକ୍ ଅଛି ବୋଲି ନେତାମାନେ କହୁଛନ୍ତି। କେବଳ ଜନତା ହିଁ ବୋଧେ ଭୁଲ୍ରେ ଅଛନ୍ତି! ବେକାର ଯୁବକ ଚାକିରି ଖୋଜୁଛି, ଚାଷୀ ଫସଲର ଦାମ ଖୋଜୁଛି, ରୋଗୀ ଡାକ୍ତର ଖୋଜୁଛି, କିନ୍ତୁ ନେତାମାନେ ଖୋଜୁଛନ୍ତି ପରବର୍ତ୍ତୀ ନିର୍ବାଚନର ସମୀକରଣ।
ନିର୍ବାଚନ ଆସିଲେ କଳାହାଣ୍ଡି ବିକାଶର ନକ୍ସାରେ ସିଙ୍ଗାପୁର ହୋଇଯାଏ। ସଭାମଞ୍ଚରୁ ଘୋଷଣାର ବର୍ଷା ହୁଏ, ହେଲେ ନିର୍ବାଚନ ସରିଗଲେ ସେହି ବର୍ଷାର ପାଣି ମଧ୍ୟ ଶୁଖିଯାଏ। ରାସ୍ତାର ଖାଲଖମା ଭରିବା ଅପେକ୍ଷା ଭାଷଣରେ ବିକାଶର ଗାଥା ଅଧିକ ଶୁଣିବାକୁ ମିଳେ।
ମଜାର କଥା ହେଲା, ଜନତାଙ୍କ ସମସ୍ୟା ଯେତେବେଳେ ଆଲୋଚନା ହେବା କଥା, ସେତେବେଳେ ନେତାମାନେ ପରସ୍ପରଙ୍କ ଦୋଷ ଖୋଜିବାରେ ବ୍ୟସ୍ତ। ଶାସକ କହୁଛି ସବୁ ଠିକ୍, ବିରୋଧୀ କହୁଛି ସବୁ ଭୁଲ୍। ଏହି ଦୁଇ କଥା ମଧ୍ୟରେ ସାଧାରଣ ଲୋକଙ୍କ ସମସ୍ୟା ଚାପି ହୋଇ ରହିଯାଉଛି।
କଳାହାଣ୍ଡିର ଜନତା ଏବେ ବୋଧେ ଆଉ ଭାଷଣ ନୁହେଁ, କାମ ଦେଖିବାକୁ ଚାହୁଁଛନ୍ତି। କାରଣ ଘୋଷଣା ଓ ପ୍ରତିଶ୍ରୁତିରେ ପେଟ ଭରେନି, ରାସ୍ତା ହୁଏନି, ଚାକିରି ମିଳେନି। ରାଜନୀତିର ଖେଳ ଚାଲିଛି, କିନ୍ତୁ ବିକାଶର ସ୍କୋରବୋର୍ଡରେ ଜନତା ଏବେ ବି ଫଳାଫଳ ଅପେକ୍ଷାରେ।
Thanks for reading: କଳାହାଣ୍ଡି ରାଜନୀତି: ପ୍ରତିଶ୍ରୁତିର ମେଳା, ସମସ୍ୟାର ଖେଳା, Sorry, my English is bad:)

