ଘୋଡାଘାଟ ଛକରେ ଅବ୍ୟବସ୍ଥାର ଅଡ୍ଡା! ପ୍ରଶାସନ ନିରବ, ଜନତା ହନ୍ତସନ୍ତ

Simhanaad

ଭବାନୀପାଟଣା, ୨୩ ଜୁନ:
ଭବାନୀପାଟଣା ସହରର ଘୋଡାଘାଟ ଛକ ଏବେ ଯାତାୟାତ ସମସ୍ୟା ଓ ପ୍ରଶାସନିକ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି। ଏକେ ସ୍ଥାନରେ ସତ୍ୟସାଇ ବିଦ୍ୟାଳୟ, ମାଣିକେଶ୍ୱରୀ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ, ଭାଗୀରଥୀ ଲଜ୍, ପେଟ୍ରୋଲ ପମ୍ପ ଓ ତାହାର ନିକଟରେ ବିଦେଶୀ ମଦ ଦୋକାନ ରହିଥିବାରୁ ପ୍ରତିଦିନ ଏଠାରେ ଟ୍ରାଫିକ୍ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚୁଛି।
ବିଶେଷକରି ବିଦ୍ୟାଳୟ ଛୁଟି ସମୟରେ ଅଭିଭାବକଙ୍କ ଗାଡ଼ି, ହସ୍ପିଟାଲକୁ ଆସୁଥିବା ରୋଗୀ ଓ ଆମ୍ବୁଲାନ୍ସ, ପେଟ୍ରୋଲ ପମ୍ପରେ ଭିଡ଼ ଏବଂ ମଦ ଦୋକାନକୁ ଆସୁଥିବା ଲୋକଙ୍କ ଭିଡ଼ ମିଶି ରାସ୍ତାକୁ ସମ୍ପୂର୍ଣ୍ଣ ଜାମ୍ କରିଦେଉଛି। ଫଳରେ ସାଧାରଣ ଲୋକେ ଦୀର୍ଘ ସମୟ ଧରି ଅଟକି ରହୁଛନ୍ତି ଏବଂ ଜରୁରୀ ସେବା ମଧ୍ୟ ପ୍ରଭାବିତ ହେଉଛି।
ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପ୍ରଶ୍ନ, ଏକ ବିଦ୍ୟାଳୟ ଓ ହସ୍ପିଟାଲ ନିକଟରେ ମଦ ଦୋକାନ ଚାଲିବା ପାଇଁ ଆବଶ୍ୟକ ନିୟମ ମାନାଯାଇଛି କି? ଯଦି ନିୟମ ଉଲ୍ଲଂଘନ ହୋଇଥାଏ, ତେବେ ସମ୍ପୃକ୍ତ ବିଭାଗ ଏପର୍ଯ୍ୟନ୍ତ ନିରବ କାହିଁକି?
ଜନସାଧାରଣଙ୍କ ଦାବି ହେଉଛି ଯେ ଜିଲ୍ଲା ପ୍ରଶାସନ, ଆବକାରୀ ବିଭାଗ, ପୌରପାଳିକା ଓ ଟ୍ରାଫିକ୍ ପୁଲିସ ମିଳିତ ଭାବେ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ମଦ ଦୋକାନର ସ୍ଥାନାନ୍ତରଣ, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଅତିକ୍ରମଣ ହଟାଇବା ଭଳି ପଦକ୍ଷେପ ନେଲେ ସମସ୍ୟାର ଦ୍ରୁତ ସମାଧାନ ସମ୍ଭବ ବୋଲି ମତ ପ୍ରକାଶ ପାଉଛି।
ପ୍ରଶ୍ନ ଉଠୁଛି— ଘୋଡାଘାଟ ଛକର ଏହି ଅବ୍ୟବସ୍ଥାକୁ ପ୍ରଶାସନ ଦେଖୁନାହିଁ, ନା ଦେଖି ମଧ୍ୟ ଅଣଦେଖା କରୁଛି?
ଜନସାଧାରଣ ଏବେ କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ।

 - ସୁଶାନ୍ତ କୁମାର ମଙ୍ଗରାଜଙ୍କ ରିପୋର୍ଟ 

Thanks for reading: ଘୋଡାଘାଟ ଛକରେ ଅବ୍ୟବସ୍ଥାର ଅଡ୍ଡା! ପ୍ରଶାସନ ନିରବ, ଜନତା ହନ୍ତସନ୍ତ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.