କଳାହାଣ୍ଡିରେ ନକଲି ଔଷଧ କାରବାର! ଜନସ୍ୱାସ୍ଥ୍ୟ ସହ ହେଉଛି କି ବିପଜ୍ଜନକ ଖେଳ?

Simhanaad

 


ଭବାନୀପାଟଣା, ୨୨ ଜୁନ:

ସମଗ୍ର କଳାହାଣ୍ଡି ଜିଲ୍ଲାରେ ନକଲି ଓ ସନ୍ଦିଗ୍ଧ ଔଷଧ ବ୍ୟବହାର ନେଇ ଅଭିଯୋଗ ବଢ଼ୁଥିବା ବେଳେ, ଔଷଧ ବିକ୍ରୟ ବ୍ୟବସ୍ଥା ଓ ନିରୀକ୍ଷଣ ପ୍ରଣାଳୀ ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ଜିଲ୍ଲାରେ କେତେ ଔଷଧ ଦୋକାନ କାର୍ଯ୍ୟରତ ଅଛି, ସେଥିରୁ କେତୋଟି ବୈଧ ଲାଇସେନ୍ସ ପାଇଛି ଏବଂ କେତୋଟି ନିୟମ ଉଲ୍ଲଂଘନ କରୁଛି, ସେ ସମ୍ପର୍କରେ ସାଧାରଣ ଲୋକଙ୍କ ପାଖରେ ସ୍ପଷ୍ଟ ତଥ୍ୟ ନାହିଁ।

ଅନ୍ୟପଟେ, ଜିଲ୍ଲାରେ କେତେ ଡ୍ରଗ୍ସ ଇନ୍ସପେକ୍ଟର ନିଯୁକ୍ତ ଅଛନ୍ତି ଓ ସେମାନେ ନିୟମିତ ଭାବେ ଔଷଧ ଦୋକାନଗୁଡ଼ିକର ଯାଞ୍ଚ କରୁଛନ୍ତି କି ନାହିଁ, ତାହା ମଧ୍ୟ ଅସ୍ପଷ୍ଟ ରହିଛି। ପୂର୍ବରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସନ୍ଦିଗ୍ଧ ଓ ନକଲି ଔଷଧ ଜବତ ହୋଇଥିବା ସହ ସରକାର ପକ୍ଷରୁ କଡ଼ା ଚଢ଼ାଉ ନିର୍ଦ୍ଦେଶ ଦିଆଯାଇଥିଲା। 

ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି, କଳାହାଣ୍ଡିର କେତୋଟି ଔଷଧ ଦୋକାନରୁ ନମୁନା ସଂଗ୍ରହ କରାଯାଇଛି? କେତୋଟି ଦୋକାନ ବିରୋଧରେ ମାମଲା ହୋଇଛି? କେତେ ନକଲି ଔଷଧ ଜବତ ହୋଇଛି? ଏବଂ ଦୋଷୀଙ୍କ ବିରୋଧରେ କଣ ପଦକ୍ଷେପ ନିଆଯାଇଛି? ଏହାର ଉତ୍ତର ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ।

ସ୍ୱାସ୍ଥ୍ୟ ସହ ଜଡିତ ଏହି ସମ୍ବେଦନଶୀଳ ବିଷୟରେ ପ୍ରଶାସନର ନୀରବତା ଲୋକଙ୍କ ସନ୍ଦେହକୁ ଆହୁରି ବଢ଼ାଇଛି। ଜନସାଧାରଣଙ୍କ ଦାବି, ଜିଲ୍ଲାର ସମସ୍ତ ଔଷଧ ଦୋକାନର ବ୍ୟାପକ ଯାଞ୍ଚ କରାଯାଉ, ଲାଇସେନ୍ସଧାରୀ ଦୋକାନର ତାଲିକା ସାର୍ବଜନୀନ କରାଯାଉ ଏବଂ ନକଲି ଔଷଧ କାରବାରରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ।-ଜନସ୍ୱାସ୍ଥ୍ୟ ସହ ଖେଳ କରୁଥିବା ଚକ୍ର ଉପରେ ପ୍ରଶାସନ କେବେ ଚଢ଼ାଉ କରିବ, ତାହାକୁ ନେଇ ଏବେ ସମସ୍ତଙ୍କ ନଜର।-

Thanks for reading: କଳାହାଣ୍ଡିରେ ନକଲି ଔଷଧ କାରବାର! ଜନସ୍ୱାସ୍ଥ୍ୟ ସହ ହେଉଛି କି ବିପଜ୍ଜନକ ଖେଳ?, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.