୨ ପରିବାରରେ ଖଣ୍ଡଯୁଦ୍ଧ: ୨ ବାଇକ୍‌ରେ ଠେଙ୍ଗାବାଡ଼ି ଧରି ଆସି…


ଦିଗପହଣ୍ଡି,୨୬ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମରେ ପାରିବାରିକ ହିଂସା କାରଣରୁ ଦୁଇ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପରିବାରର ୬ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଜକର ଗ୍ରାମର ନୂଆସାହିରେ ରହୁଥିବା ଟୁଟୁ ଗୌଡ଼ଙ୍କ ବଡ଼ପୁଅ ରବୀନ୍ଦ୍ର ଗୌଡ଼ଙ୍କ ସହ ଗ୍ରାମର ତଳ ସାହି ବାସିନ୍ଦା ଘନ ଗୌଡ଼ଙ୍କ ଝିଅ ଲିଜାଙ୍କ ବିବାହ ହୋଇଥିଲା। ଲିଜାଙ୍କୁ ଶାଶୁଘର ଲୋକେ ନିର୍ଯତନା ଦେବା କାରଣରୁ ଗତ ପ୍ରାୟ ୪ ମାସ ହେଲା ସେ ବାପ ଘରେ ରହୁଛନ୍ତି। ଏନେଇ ଉଭୟ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଉଭୟ ପରିବାର ଟ୍ରାକ୍ଟର ରଖି ବାଲି,ପଥର ବ୍ୟବସାୟ କରୁଥିବା ବେଳେ ଗାଁ ନିକଟ ନଦୀରୁ ବାଲି ଚାଲାଣକୁ ନେଇ ପୂର୍ବରୁ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗ୍ରାମବାସୀଙ୍କ ବୁଝାଶୁଝା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।


ଶୁକ୍ରବାର ରାତିରେ ଘନ ଓ ତାଙ୍କ ପୁଅ କିରଣ ଗୌଡ଼ ଏବଂ କିଛି ସହଯୋଗୀ ୨ଟି ବାଇକରେ ଟୁଟୁଙ୍କ ଘରକୁ ଆସି ଗାଳିଗୁଲଜ କରିବା ସହ ଠେଙ୍ଗାରେ ତାଙ୍କ ଦୁଇପୁଅ ରବୀନ୍ଦ୍ର ଓ ସୁନୀଲଙ୍କୁ ଆକ୍ରମଣ କରିଥିଲେ। ଏପରିକି ରବୀନ୍ଦ୍ରଙ୍କ ବଡ଼ବାପା ବାବୁ ଗୌଡ଼ ଛଡ଼ାଇବାକୁ ଆସିବା ସମୟରେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଟୁଟୁ ଏବଂ ତାଙ୍କ ପରିବାର ଲୋକେ ଘନ ଓ ତାଙ୍କ ପୁଅ କିରଣଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ଟୁଟୁଙ୍କ ସମେତ ବଡ଼ଭାଇ ବାବୁ, ଦୁଇପୁଅ ରବୀନ୍ଦ୍ର ଓ ସୁନୀଲ ଏବଂ ଅନ୍ୟ ପକ୍ଷର ଘନ ଓ ତାଙ୍କ ପୁଅ କିରଣ ଆହତ ହୋଇଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ଉଭୟ ପରିବାର ପକ୍ଷରୁ କେ.ନୂଆଗାଁ ଥାନାରେ ଏତଲା ଦେବା ପରେ ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ ନାୟକ କେସ୍‌ ନଂ. ୧୦୬/୨୬ ଏବଂ ୧୦୭/୨୬ରେ ପୃଥକ୍‌ ମାମଲା ରୁଜୁ କରିଛନ୍ତି। 

Thanks for reading: ୨ ପରିବାରରେ ଖଣ୍ଡଯୁଦ୍ଧ: ୨ ବାଇକ୍‌ରେ ଠେଙ୍ଗାବାଡ଼ି ଧରି ଆସି…, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.