ନୂଆଦିଲ୍ଲୀ, ୨୫ଜୁନ:(ସୁଶାନ୍ତ ମଙ୍ଗରାଜଙ୍କ ରିପୋର୍ଟ)ଦେଶରେ ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଓ ଡିଜିଟାଲ୍ ଅପରାଧକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟକୁ କଡ଼ା ବାର୍ତ୍ତା ଦେଇଛନ୍ତି। ସାଇବର ଅପରାଧ ମାମଲାରେ ଶୀଘ୍ର ଏଫ୍ଆଇଆର୍ ପଞ୍ଜିକରଣ ଓ ତଦନ୍ତ ପାଇଁ ‘ଇ-ଜିରୋ FIR’ ବ୍ୟବସ୍ଥାକୁ ଦେଶବ୍ୟାପୀ ତ୍ୱରାନ୍ୱିତ ଭାବେ ଲାଗୁ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ବର୍ତ୍ତମାନ ମାତ୍ର କିଛି ରାଜ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ଥିବାବେଳେ, ସମଗ୍ର ଦେଶରେ ଏହାକୁ ଶୀଘ୍ର ଲାଗୁ କରିବା ପାଇଁ ପିଏମଓ ଅଧିକାରୀମାନଙ୍କୁ ରାଜ୍ୟର ମୁଖ୍ୟ ସଚିବ ଓ ଡିଜିପିଙ୍କ ସହ ସମନ୍ୱୟ କରିବାକୁ କୁହାଯାଇଛି।
‘ଇ-ଜିରୋ FIR’ ବ୍ୟବସ୍ଥା ମାଧ୍ୟମରେ ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗକୁ ତୁରନ୍ତ FIR ରେ ପରିଣତ କରାଯିବ, ଯାହା ଫଳରେ ଅପରାଧୀଙ୍କ ବିରୋଧରେ ଶୀଘ୍ର ତଦନ୍ତ ଓ ଟଙ୍କା ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇପାରିବ।
ସରକାରଙ୍କ ଏହି ପଦକ୍ଷେପକୁ ସାଇବର ଅପରାଧ ବିରୋଧରେ ଏକ ବଡ଼ ଅସ୍ତ୍ର ଭାବେ ଦେଖାଯାଉଛି। ବିଶେଷଜ୍ଞମାନଙ୍କ ମତରେ, ଏହା ଦ୍ୱାରା ସାଇବର ଠକଙ୍କ ନେଟୱାର୍କ ଉପରେ ଶକ୍ତ ପ୍ରହାର ହେବ ଏବଂ ପୀଡ଼ିତମାନେ ନ୍ୟାୟ ପାଇବାରେ ଆଉ ଅଧିକ ସୁବିଧା ପାଇବେ।
Thanks for reading: ସାଇବର ଅପରାଧ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ବାର୍ତ୍ତା, Sorry, my English is bad:)

