ଭବାନୀପାଟଣା, ୧୯ ଜୁନ: କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପା ଅନ୍ୟପଟେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସହରରେ ବଢ଼ୁଥିବା ଯାତାୟାତ ସମସ୍ୟାର ସମାଧାନ ଏବଂ ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫ୍ଲାଏଓଭର ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ। ତେବେ ଲୋକଙ୍କ ସହ ଆଲୋଚନା କରି ସମାଧାନର ବାଟ ଖୋଜାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। ଟଣାରେ ପ୍ରସ୍ତାବିତ ଫ୍ଲାଏଓଭର ନିର୍ମାଣ ପାଇଁ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜମି ଓ ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କାରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ଆନ୍ଦୋଳନ ଜାରି ରହିଛି।
ପ୍ରଭାବିତ ପରିବାର ଓ ବ୍ୟବସାୟୀମାନଙ୍କ ଅଭିଯୋଗ ଯେ, ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପୂର୍ବରୁ ସେମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଇନାହିଁ। ଉଚିତ କ୍ଷତିପୂରଣ ଓ ପୁନର୍ବାସ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରଖିବାକୁ ସେମାନେ ଦାବି କରିଛନ୍ତି।
ଅନ୍ୟପଟେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସହରରେ ବଢ଼ୁଥିବା ଯାତାୟାତ ସମସ୍ୟାର ସମାଧାନ ଏବଂ ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫ୍ଲାଏଓଭର ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ। ତେବେ ଲୋକଙ୍କ ସହ ଆଲୋଚନା କରି ସମାଧାନର ବାଟ ଖୋଜାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।
ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଛେଦ ପ୍ରକ୍ରିୟାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଆଗାମୀ ଦିନରେ ପ୍ରଶାସନ ଓ ପ୍ରଭାବିତ ଲୋକଙ୍କ ମଧ୍ୟରେ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ସିଂହନାଦ ପ୍ରଶ୍ନ: ବିକାଶ ନାଁରେ ଲୋକଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିବ ନାହିଁ ତ? ନା କି ପ୍ରକଳ୍ପ ସହ ଲୋକଙ୍କ ସ୍ୱାର୍ଥକୁ ମଧ୍ୟ ସୁରକ୍ଷା ଦିଆଯିବ? ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର
Thanks for reading: ଭବାନୀପାଟଣା ଫ୍ଲାଏଓଭର ପ୍ରକଳ୍ପକୁ ନେଇ ବିବାଦ, ଜମି ଅଧିଗ୍ରହଣ ବିରୋଧରେ ଆନ୍ଦୋଳନ, Sorry, my English is bad:)
