ବେଲପଡା ଛକ ଉପରେ ବନିଜରା, ବାର ବେଶାଲ, କର୍ଲାକୋଟ, ପୂର୍ଣ୍ଣାସର, କୋଦୋଗୁଡା ଓ କୁଟେଙ୍ଗା ସମେତ ଅନେକ ଗ୍ରାମର ଶତାଧିକ ଲୋକ ପ୍ରତିଦିନ ଯାତାୟାତ କରୁଥିବା ବେଳେ ରାସ୍ତା କଡ଼ରେ ମଦ ବିକ୍ରି ଏବଂ ସେବନ ଯୋଗୁଁ ଅଞ୍ଚଳର ସାମାଜିକ ପରିବେଶ କଳୁଷିତ ହେଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ଯୁବପିଢ଼ି ନିଶା ପ୍ରତି ଆକୃଷ୍ଟ ହେଉଥିବାରୁ ଅଭିଭାବକ ଓ ବୁଦ୍ଧିଜୀବୀ ମହଳ ଚିନ୍ତା ପ୍ରକାଶ କରିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବେଲପଡା ଛକରେ ଦିନଦ୍ୱିପ୍ରହରରେ ମଧ୍ୟ ଖୋଲାଖୋଲି ମଦ ବିକ୍ରି ହେଉଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏହି ବେଆଇନ କାରବାର କାହାର ଛତ୍ରଛାୟାରେ ଚାଲିଛି ତାହାକୁ ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ଦେଖାଦେଇଛି।
ଅଞ୍ଚଳବାସୀ ଦାବି କରିଛନ୍ତି ଯେ, ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ବେଆଇନ ମଦ ବିକ୍ରି ଉପରେ କଡ଼ା ରୋକ ଲଗାନ୍ତୁ। ନଚେତ ଆଗାମୀ ଦିନରେ ଏହି ନିଶା କାରବାର ଅଞ୍ଚଳର ସାମାଜିକ ବ୍ୟବସ୍ଥା ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ସଚେତନ ମହଳ ମତ ପ୍ରକାଶ କରିଛନ୍ତି।
Thanks for reading: ବେଲପଡା ଛକରେ ଇଂରାଜୀ ମଦର ବନ୍ୟା! ନିଶାର କବଳରେ ଯୁବପିଢ଼ି, ପ୍ରଶାସନର ନିରବତାକୁ ନେଇ ବଢ଼ୁଛି ଅସନ୍ତୋଷ, Sorry, my English is bad:)


