ଭବାନୀପାଟଣା, ୨୩ ଜୁନ:
କଳାହାଣ୍ଡିରେ ଭୋଟର ତାଲିକା ସଂଶୋଧନ କାମ ଜୋରଦାର ଚାଲିଥିବା ବେଳେ ଜଣେ BLO ମହାଶୟ ନିଜର ଏକ ସ୍ୱତନ୍ତ୍ର "ସଂଶୋଧନ" କାର୍ଯ୍ୟକ୍ରମ ଚଳାଉଥିବା ଜଣାପଡ଼ିଛି। ଭୋଟର ତାଲିକାରେ ନାମ ଖୋଜିବା ବଦଳରେ ସେ ନିଜେ କେଉଁଠି ଅଛନ୍ତି, ତାହା ପ୍ରଶାସନ ଖୋଜୁଥିଲା!
ସୂତ୍ରରୁ ପ୍ରକାଶ, ଅନେକ ଥର ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସମ୍ପୃକ୍ତ BLO କାର୍ଯ୍ୟସ୍ଥଳରେ ଦେଖା ଦେଇନଥିଲେ। ଫଳରେ ଭୋଟର ତାଲିକା ଅପେକ୍ଷାରେ ରହିଗଲା, କିନ୍ତୁ ନିଲମ୍ବନ ଆଦେଶ ସମୟରେ ପହଞ୍ଚିଗଲା।
ଜଣେ ସ୍ଥାନୀୟ ବାସିନ୍ଦା ବ୍ୟଙ୍ଗ କରି କହିଛନ୍ତି, "ଭୋଟର ତାଲିକାରେ ମୃତ ଲୋକଙ୍କ ନାମ ଖୋଜିବାକୁ ଯାଇଥିଲେ ବୋଧେ, ନିଜେ ଅଫିସ ରେକର୍ଡରୁ ଅଦୃଶ୍ୟ ହୋଇଗଲେ!"
ଏପଟେ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛି, "ଗଣତନ୍ତ୍ରର କାମରେ ଅବହେଳା କଲେ ନିଲମ୍ବନ ହିଁ ଶେଷ ଠିକଣା।"
ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି, କଳାହାଣ୍ଡିରେ ବିକାଶ, ନିଯୁକ୍ତି ଓ ସେବା ଯେପରି କାଗଜରେ ଦୌଡ଼ୁଛି, କିଛି କର୍ମଚାରୀ ମଧ୍ୟ ବୋଧେ କାଗଜରେ ହିଁ କାମ କରୁଛନ୍ତି!
(ବ୍ୟଙ୍ଗ ସମ୍ବାଦ — ଜନସ୍ୱାର୍ଥରେ ପ୍ରକାଶିତ)
Thanks for reading: ଭୋଟର ତାଲିକା ଠିକ୍, BLO ଗାୟବ!, Sorry, my English is bad:)

