ଆୟଠାରୁ ଅଧିକ ସମ୍ପତ୍ତି ଅଭିଯୋଗ: ଭବାନୀପାଟଣା R&B ବିଭାଗର AEEଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Simhanaad

 ଭବାନୀପାଟଣା, ୨୧ ଜୁନ: ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅ ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଅଧିକାରୀଙ୍କ ନାମରେ ଥିବା ସମ୍ପତ୍ତି ତାଙ୍କ ଜଣାଶୁଣା ଆୟ ସହ ସଙ୍ଗତି ରଖୁନଥିବା ଅଭିଯୋଗ ଆସିବା ପରେ ଏହି ଚଢ଼ାଉ କରାଯାଇଛି। ତେବେ ଚଢ଼ାଉ ଶେଷ ହେବା ପରେ ପ୍ରକୃତ ସମ୍ପତ୍ତିର ପରିମାଣ ଏବଂ ଅନିୟମିତତା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିବ ବୋଲି ଜଣାପଡ଼ିଛି। ଭିଯୋଗରେ ଭବାନୀପାଟଣା R&B (ରୋଡ୍ସ ଆଣ୍ଡ ବିଲ୍ଡିଂସ୍) ବିଭାଗର ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE)ଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି।

ସୂଚନା ଅନୁଯାୟୀ, ଭିଜିଲାନ୍ସର ଏକାଧିକ ଟିମ୍ ଏକାସାଙ୍ଗରେ ସମ୍ପୃକ୍ତ ଅଧିକାରୀଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତଲାସି ଚଳାଇଛନ୍ତି। ଏହି ଚଢ଼ାଉ ସମୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଜମା, ଜମିଜମା ଏବଂ ଅନ୍ୟାନ୍ୟ ନିବେଶ ସମ୍ପର୍କିତ ଦଲିଲପତ୍ର ଯାଞ୍ଚ କରାଯାଉଛି।

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଅଧିକାରୀଙ୍କ ନାମରେ ଥିବା ସମ୍ପତ୍ତି ତାଙ୍କ ଜଣାଶୁଣା ଆୟ ସହ ସଙ୍ଗତି ରଖୁନଥିବା ଅଭିଯୋଗ ଆସିବା ପରେ ଏହି ଚଢ଼ାଉ କରାଯାଇଛି। ତେବେ ଚଢ଼ାଉ ଶେଷ ହେବା ପରେ ପ୍ରକୃତ ସମ୍ପତ୍ତିର ପରିମାଣ ଏବଂ ଅନିୟମିତତା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିବ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଏହି ଘଟଣା ଜିଲ୍ଲା ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Thanks for reading: ଆୟଠାରୁ ଅଧିକ ସମ୍ପତ୍ତି ଅଭିଯୋଗ: ଭବାନୀପାଟଣା R&B ବିଭାଗର AEEଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.