ଭବାନୀପାଟଣା:-
କଳାହାଣ୍ଡିରେ ବେକାରୀ ସମସ୍ୟା ଏବେ ଚିନ୍ତାଜନକ ସ୍ତରରେ ପହଞ୍ଚିଛି। ଉଚ୍ଚଶିକ୍ଷିତ ଯୁବକମାନେ ଚାକିରି ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରୁଥିବା ବେଳେ, ଅନେକେ ଶେଷରେ ଦାଦନ ଶ୍ରମିକ
ଭାବେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଓ ଅନ୍ୟ ରାଜ୍ୟକୁ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। କଳାହାଣ୍ଡିର ଅନେକ ଅଞ୍ଚଳକୁ ସରକାର "ମାଇଗ୍ରେସନ ପ୍ରୋନ୍" ଭାବେ ଚିହ୍ନଟ କରିଥିବା ସତ୍ତ୍ୱେ ଦାଦନ ସମସ୍ୟା କମିବାର ନାମ ନେଉନାହିଁ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଜିଲ୍ଲାରେ ଶିଳ୍ପ କାରଖାନା ନାହିଁ, ସରକାରୀ ନିଯୁକ୍ତି ନାହିଁ ଏବଂ କର୍ମସଂସ୍ଥାନ ସୃଷ୍ଟି ନେଇ କେବଳ ପ୍ରତିଶ୍ରୁତି ମିଳୁଛି। ଫଳରେ ଯୁବକମାନେ ନିଜ ମାଟି ଛାଡ଼ି ଅନ୍ୟ ରାଜ୍ୟରେ କଠିନ ପରିଶ୍ରମ କରି ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି।
ବିଶେଷଜ୍ଞଙ୍କ ମତରେ, କଳାହାଣ୍ଡିରେ ସ୍ଥାୟୀ ରୋଜଗାର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ କୌଶଳ ବିକାଶ କାର୍ଯ୍ୟକ୍ରମର ଅଭାବ ଦାଦନ ପ୍ରବଣତାକୁ ବଢ଼ାଇ ଦେଉଛି।
ଜନସାଧାରଣଙ୍କ ପ୍ରଶ୍ନ
"କଳାହାଣ୍ଡିର ଯୁବକଙ୍କ ପାଇଁ ନିଜ ଜିଲ୍ଲାରେ ଚାକିରି କେବେ ସୃଷ୍ଟି ହେବ? ନା ଦାଦନ ହିଁ ରହିବ ସରକାରଙ୍କ ବିକାଶର ପ୍ରକୃତ ଚିତ୍ର?"
-ସୁଶାନ୍ତ ମଙ୍ଗରାଜଙ୍କ ରିପୋର୍ଟ
Thanks for reading: କଳାହାଣ୍ଡିରେ ବେକାରୀ ବିସ୍ଫୋରଣ! ଚାକିରି ନ ମିଳିବାରୁ ଦାଦନ ହେଉଛି ଯୁବପିଢ଼ିର ଭାଗ୍ୟ, Sorry, my English is bad:)

