ମା ପାଇଁ ଗଛ ଟିଏ,ଜବାହର ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ।


 କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହୁକୁମା ସ୍ଥିତ ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ମା ପାଇଁ ଗଛ ଟିଏ, ୭୬ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସଭାପତିତ୍ୱ ରେ ମା ପାଇଁ ଗଛ ଟିଏ ସଚେତନତା ସଭା ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ,ମୁଖ୍ୟ ବକ୍ତା ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି,ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା ସଦସ୍ୟ ତ୍ରିଭୁବନ ନାଏକ, କୋକସରା ବନପାଳ ରଶ୍ମି ରଞ୍ଜିତା ନାଏକ, ବିଜେପି ନେତା ତ୍ରିନାଥ ଶବର, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ସମ୍ପାଦକ ମନୋଜ ନାଏକ,ଶାରଳା ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ଦୈନନ୍ଦିନ ଜୀବନରେ ବୃଦ୍ଧି ପାଉଥିବା ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ କୁ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ,ଏଣୁ ଆମେ ଛାତ୍ର ଜୀବନ ରେ ବୃକ୍ଷ ରୋପଣ କରି ପ୍ରକୃତି କୁ ସବୁଜିମା ପୂର୍ଣ୍ଣ କରି ଏକ ସୁନ୍ଦର ପୃଥିବୀ ଗଢିବା ବୋଲି ପରାମର୍ଶ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟ ପରିସରରେ ଫଳମୂଳ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

Thanks for reading: ମା ପାଇଁ ଗଛ ଟିଏ,ଜବାହର ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ।, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.