ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ଘଣ୍ଟିଗୁଡା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

 


କଳାହାଣ୍ଡି ଜିଲ୍ଲା, ଜୟପାଟଣା ବ୍ଲକ୍‌, ଘଣ୍ଟିଗୁଡା ଠାରେ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଯୁବକ ସଂଘର ସଭାପତି ଶିବ ଶଙ୍କର ନାଏକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ର ସମସ୍ତ ଯୋଗଦାନ କରି ବନ ମହୋତ୍ସବ ପାଳନ ପୂର୍ବକ ବୃକ୍ଷ ରୋପଣ କରି ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରିବା ଉପରେ ସମସ୍ତଙ୍କୁ ଉତ୍ସାହିତ ବିରେନ୍ଦ୍ର ନାଏକ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମ ଉନ୍ନୟନ କମିଟି ଘଣ୍ଟିଗୁଡା ମୂଖ୍ୟ ଅତିଥି ଦୁର୍ଯ୍ୟୋଧନ ରାଉତ, ଯୁବକ ସଂଘର ସମସ୍ତ ସଦସ୍ୟ, ବନ ବିଭାଗ କର୍ମଚାରୀ, ସାମିଲ୍ ହୋଇ ଶ୍ରୀ ଘଣ୍ଟେଶ୍ୱର ଶିବ ମନ୍ଦିର ପଡ଼ିଆ ଚାରି ପାର୍ଶ୍ବରେ ବୃକ୍ଷ ରୋପଣ କରିଥିଲେ। ଯୁବକ ସଂଘର ସଭାପତି ଶିବ ଶଙ୍କର ନାଏକଙ୍କ ଉଦ୍ୟମ ରେ କ୍ରମେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଯୁବକ ସଂଘର,ସମ୍ପାଦକ ମହେଶ୍ବର ନାଏକ, ସଦସ୍ୟ ପିଣ୍ଟୁ ନାଏକ, କାହ୍ନୁ ଚରଣ ନାଏକ, ଦୟାନିଧି ନାଏକ, ପ୍ରବୀଣ ନାଏକ, ବବୁଲୁ ନାଏକ,ସୁରେଶ ଚନ୍ଦ୍ର ନାଏକ,ସନ୍ତୁଷ କୁମାର ନାଏକ, ଭରତ ରାମ ନାଏକ, ସୁରେନ୍ଦ୍ର କୁମାର ଦୁର୍ଗା, ପରିଚାଳନା କରିଥିଲେ ।

Thanks for reading: ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ଘଣ୍ଟିଗୁଡା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.