ସାମ୍ବାଦିକ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦଯାପିତ ସଇଁତଲା


ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ଜାମପଦର ପୋଲିସ କଲୋନୀ ପରିସରରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି  l ଉକ୍ତ ଉତ୍ସବରେ ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ସେଲମା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ  l ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବିଶିଷ୍ଟ ସମାଜସେବୀ ମଦନଲାଲ ଅଗ୍ରୱାଲ, ରେଞ୍ଜର ସାଗରରାଜ ନାୟକ, ଥାନା ଅଧିକାରୀ ସୁଶାନ୍ତ ବଢ଼େଇ ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ  l ଏହି ପରିପେକ୍ଷୀରେ ଯୁବ ସାମ୍ବାଦିକ ତଥା ସଂଘ ସମ୍ପାଦକ ସୁଶାନ୍ତ ମେହେର,ରାଖାଲ ଶତପଥି, ଚନ୍ଦ୍ରଭାନୁ ପ୍ରଧାନ, ରଞ୍ଜନ ବାଗ, ଲଷ୍ମୀକାନ୍ତ ସାହୁ, ଅଶ୍ୱନୀ ସାହୁ ଓ କାଗଜ ବିତରକ ଅନି ରାଓ ଙ୍କୁ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା  l ଏହି କାର୍ଯ୍ୟକ୍ରମରେ ବଉଳ ଗଛ ସାଙ୍ଗକୁ ଅନ୍ୟାନ୍ୟ ଗଛଗୁଡିକ ବୃକ୍ଷରୋପଣ କରାଯାଇଥିଲା  l ଏହି ସମୟରେ ଥାନା ଏସଆଇ ଗୋଇଣ୍ଡି ଖାଁ, ଏଏସଆଇ ଥବିର ମହାରଣା, ତ୍ରିଲୋଚନ ଭୂୟା,ମାଦ୍ରୀ ଛୁରା ଓ ଫରେଷ୍ଟର ସମୀର ରଞ୍ଜନ ମହାପାତ୍ର,ରେବତୀ ଭାଟି, ଛୁମି ସାହୁ ଓ ଜଙ୍ଗଲ ବିଭାଗ, ପୋଲିସ ବିଭାଗ କର୍ମଚାରୀ ଓ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ  l ଶେଷରେ ସଂଘ ସଭାପତି ନାରାୟଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ  l   


ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ NEWS X ଓଡ଼ିଆ

Thanks for reading: ସାମ୍ବାଦିକ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦଯାପିତ ସଇଁତଲା , Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.