ଆଜି ବରଗଡ ଜିଲ୍ଲା ତାଲପାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରି


ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ର ତାଲ ପାଲି ଗ୍ରାମରେ ଗୋଷ୍ଠିସ୍ୱାଥ୍ୟା  କେ ନ୍ଦ୍ରରେ ଜିଲ୍ଲା ମୂଖ୍ୟ ଅଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତଙ୍କ ଗସ୍ତ କରି ପରିଦର୍ଶନ କଲେ । ଏହି ଅବସରରେ  ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହା ସହିତ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଯୋଜନାରେ  ବ୍ଲକର କୋଣ ଅନୁକୋଣରୁ ଆସିଥିବା ଗର୍ଭବତୀ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଯୋଜନା ଅନ୍ତର୍ଗତ ପରୀକ୍ଷା ଓ ଔଷଧ ପ୍ରଦାନ . ବୃକ୍ଷରୋପଣ ଆଦି କରାଯାଈଥିଲା ।  ନିଜେ ସମସ୍ୟା ଅବଗତ ହେବାପରେ ଲ୍ୟାବର ବ୍ୟବସ୍ଥାରେ ସନ୍ତୁଷ୍ଟ ହୋଇଥିଲେ  । ଏଠାରେ ଅଭାବ ଥିବା ଏକ ସିବିସି ମେସିନ .ଇଲୋକ୍ଟ୍ରୋଲାଇଟ ମେସିନର ଆବଶ୍ୟକତା ରହିଛି ଜାଣିବା ପରେ ତୁରନ୍ତ ତାହା ବ୍ୟବସ୍ଥା କରାଯିବ ବୋଲି ମତ ରଖିଥିଲେ । ଦିର୍ଘ ୨ ବର୍ଷରୁ ଉର୍ଦ୍ଧ୍ବ ହେବ ଖାଳି ପଡିଥିବା ଓ ପରିଚାଳିତ ହେଉନଥିବା ଆୟୁର୍ବେଦିକ ୟୁନିଟ ସଂପର୍କରେ ଆଲୋଚନାର ଉତ୍ତରରେ  ଡା. ମହନ୍ତ ଅଗଷ୍ଟ ୧୫ ସୁଦ୍ଧା ତାହା ଓ ଖାଳିପଡିଥିବା ଅନ୍ୟାନ୍ୟ ପଦବୀ ପୂରଣ କରାଯିବ ବୋଲି କହିଥିଲେ । ଦୀର୍ଘ ବର୍ଷ ହେବ ଏଠାରେ ଦାନ୍ତରୋଗ ବିଶେଷଜ୍ଞ ଅଛନ୍ତି ମାତ୍ର ଡେଣ୍ଟାଲ ଚେୟାର ନଥିବା ଅବଗତ ହେବାପରେ ତାହା ଶିଘ୍ରାତିଶିଘ୍ର ଦିଆଯିବାର ପ୍ରତିଶୃତି ଦେଇଥିଲେ ।  ଗୋଟିଏ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରକ୍ତଦାନ କରିଥିବାରୁ . ଏହାର ପ୍ରସଂଶା କରିଥିଲେ । ଫାର୍ମାସିଷ୍ଟ ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରି  ଡା. ସୁମିତ ମିଶ୍ର ସମେତ ଅନ୍ୟାନ୍ୟ ଡାକ୍ତର ଓ କର୍ମଚାରି ଉପସ୍ଥିତ ରହିଥିଲେ ।ସଭାରେ  ବିଭିନ୍ନ ଦିଗରେ ସମର୍ପିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଏହା ସହିତ ଇନଡୋରରେ ପେସେଣ୍ଟ ରହିନଥିବା ଉପରେ କଟାକ୍ଷ ମଧ୍ୟ କରିଥିଲେ ଓ ଏଥିପ୍ରତି ଦୃଷ୍ଟିଦେବାକୁ ଉପଦେଶ ମଧ୍ୟ ଦେଇଥିଲେ  । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର  ବ୍ଲଡ ବ୍ୟାଂକର  ମୂଖ୍ୟ ସଂଗ୍ରାମ କେଶରି ମହନ୍ତ ଓ ଅନ୍ୟାନ୍ୟ କର୍ମଚାରି ରକ୍ତ ସଂଗ୍ରହରେ ସହାୟତା କରିଥିଲେ ।

ବରଗଡ ଜିଲ୍ଲା ରୁ ଶ୍ୟାମ ସୁନ୍ଦର ସୁନା ଙ୍କ ରିପୋର୍ଟ ନ୍ୟୁଜ X ଓଡ଼ିଶା

Thanks for reading: ଆଜି ବରଗଡ ଜିଲ୍ଲା ତାଲପାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରି, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.