ଦେବଗଡ଼ରେଗରିବ କଲ୍ୟାଣ ଓ ବିକାଶ ସମାବେଶ: ଓଡ଼ିଶାରେ ବିଜେପି ସରକାର ହେବା ପରେ ଯୋଗ୍ୟ ହିତାଧିକାରୀ ପାଉଛନ୍ତି ସରକାରୀ ଯୋଜନାର ଲାଭ – ଧର୍ମେନ୍ଦ୍ର ପ୍ରଧାନ


ସମ୍ବଲପୁର :ରାଜ୍ୟରେ ପ୍ରଥମ ଥର ପାଇଁ ହୋଇଥିବା ଡବଲ ଇଞ୍ଜିନର ସରକାର ଗରିବଙ୍କ ମୁହଁରେ ହସ ଫୁଟାଉଛି । ସମସ୍ତ ସରକାରୀ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଦିଗରେ ଆମ ସରକାର ନିରନ୍ତର ପ୍ରୟାସ କରୁଛି ବୋଲି ଶୁକ୍ରବାର ଦେବଗଡ଼ ଠାରେ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଡବଲ ଇଞ୍ଜିନ ସରକାରର ୧୪ଟି ବିଭାଗର ପ୍ରାୟ ୧୬୩ କୋଟି ଟଙ୍କା ମୂଲ୍ୟର ୪୫ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ସହ କହିଛନ୍ତି, ଦେବଗଡ଼ବାସୀଙ୍କ ଆଶୀର୍ବାଦରୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହୋଇଛି । ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରାଯାଉଛି । ଆଜି ପ୍ରତିକୂଳ ପାଗ ସତ୍ତ୍ୱେ ଲୋକମାନେ ଏହି ସମାବେଶରେ ସାମିଲ ହୋଇଛନ୍ତି, ଯାହା ଆମ ସରକାର ପ୍ରତି ଥିବା ଲୋକଙ୍କର ଆଶୀର୍ବାଦ ଓ ଭଲପାଇବାକୁ ସୂଚାଉଛି । ସେ କହିଛନ୍ତି ଯେ ଓଡ଼ିଶାରେ ଯେଉଁ ସରକାର ହୋଇଛି ତାହା ଲୋକଙ୍କ ସରକାର, ଲୋକଙ୍କ ପାଇଁ ସରକାର ଏବଂ ଲୋକଙ୍କ ଦ୍ୱାରା ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା ସାଥ୍ – ସବକା ବିକାଶ, ସବକା ପ୍ରୟାସ ଓ ସବକା ବିଶ୍ୱାସ ମନ୍ତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତୋଦୟ ଯୋଜନାରେ ଗରିବଙ୍କୁ ଘର ମିଳୁଛି । ପୂର୍ବ ସରକାର ମୋଦୀଙ୍କ ଲୋକପ୍ରିୟତା ବଢିଯିବ ବୋଲି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦିଲ୍ଲୀ ପଠାଉନଥିଲେ । ଲାଞ୍ଚ ନେଇ ସମ୍ପନ୍ନ ଲୋକଙ୍କୁ ଦଳୀୟ ଆଧାରରେ ଘର ଦିଆଯାଉଥିଲା, ଫଳସ୍ୱରୂପ ଗରିବ ଲୋକମାନେ ଘର ପାଇବା ପାଇଁ ବଞ୍ଚିତ ହେଉଥିଲେ । ଆମ ସରକାରରେ ଦଳୀୟ ରାଜନୀତି ଶେଷ ହୋଇଛି । ଯୋଗ୍ୟ ଲୋକମାନଙ୍କୁ ଘର ପ୍ରଦାନ କରାଯାଉଛି । ଡବଲ ଇଞ୍ଜିନ ସରକାରରେ ଗରିବ ଲୋକ ନିଜର ଅଧିକାର ପାଇଛି ।

ଏବେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମାଆ ଓ ଭଉଣୀମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ସେମାନଙ୍କୁ ସ୍ୱାବଲମ୍ବୀ କରିଛି । ଧାନ ସଂଗ୍ରହ, ଧାନର ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧି ଚାଷୀମାନଙ୍କୁ ସଶକ୍ତ କରିଛି । ପିଏମ ସୂର୍ଯ୍ୟ ଘର ଯୋଜନାରେ ସୋଲାର ପ୍ୟାନେଲ, ମୁଖ୍ୟମନ୍ରୀସପ କାମଧେନୁ ଯୋଜନାରେ ଦୁଗ୍ଧ ଚାଷକୁ ପ୍ରୋତ୍ସାହନ, ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି, ପିଏମ ଶ୍ରୀ ଯୋଜନାରେ ପ୍ରତି ସ୍କୁଲର ବିକାଶ କରାଇବାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି । ଗରିବ ଲୋକର ମୁହଁରେ ହସ ଫୁଟାଇବା ଆମ ନେତୃତ୍ୱର ସ୍ଲୋଗାନ ହୋଇଛି ।

ଦେବଗଡ଼ ଜିଲ୍ଲା ଏକ ଚଷା ଚାଷୀର ଅଞ୍ଚଳ । ପଶୁପାଳନ ସହ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଏଠାରେ ଅପାର ସମ୍ଭାବନା ରହିଛି । ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ସହଯୋଗରେ ଏହି ଜିଲ୍ଲାରେ ଜଳସେଚନକୁ ସୁବ୍ୟବସ୍ଥିତ କରାଯିବା ସହ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ, ମତ୍ସ୍ୟଚାଷ, ଗୋପାଳନ ଓ ଦୁଗ୍ଧ ଚାଷ ସମେତ ଆନୁଷାଙ୍ଗିକ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବା ପାଇଁ ବିସ୍ତୁତ ଯୋଜନା ହେବ । ଦେବଗଡର ସବୁ ଗାଁର ବିକାଶ କରିବା ଆମର ଦାୟିତ୍ୱ । ଦେବଗଡ଼ ଜିଲ୍ଲାକୁ ଏକ କୃଷି ବ୍ୟବସାୟ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଆମ ସରକାର ବଦ୍ଧ ପରିକର । କୃଷି ଉପରେ ସଚେତନତା ତିଆରି କରି ରୋଜଗାର ବଢାଇବା ପାଇଁ ପଡିବ ।

ଦେବଗଡ ସବୁବେଳେ ଆମ ପରିବାରକୁ ଆଶୀର୍ବାଦ ଦେଇଛି । ଦେବଗଡବାସୀଙ୍କ ଭଲପାଇବା କେବେ ଭୁଲିହେବ ନାହିଁ । ଦେବଗଡ଼ ଜିଲ୍ଲାକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ହେଉଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲାର ସବୁ ପଞ୍ଚାୟତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଥିବା ଯୋଜନାର ତାଲିକା, ଅନଲାଇନ୍ ଆବେଦନର ପ୍ରକ୍ରିୟା ଏବଂ ବିଭିନ୍ନ ଚାଷର ଯୋଜନା ଓ ସରକାରୀ ପ୍ରୋତ୍ସାହନର ତାଲିକା ମାରିବା ପାଇଁ ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଦେବଗଡ଼ରେ ନୂତନ ବସ ଟର୍ମିନାଲ ସହ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ୫ଟି ବର୍ଜ୍ୟବସ୍ତୁ ପରିଚାଳନା ଗାଡ଼ି ଓ ମଶା ଧୁଆଁ ଗାଡିର ଲୋକାର୍ପଣ କରିଥିଲେ । ଏହି ପଦକ୍ଷେପ ଦ୍ୱାରା ଦେବଗଡ଼ରେ ବସଯାତ୍ରୀ ଏବଂ ଜନସାଧାରଣ ଉନ୍ନତ ସୁବିଧା ଓ ସେବା ପାଇପାରିବେ । ଏହି ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

Thanks for reading: ଦେବଗଡ଼ରେଗରିବ କଲ୍ୟାଣ ଓ ବିକାଶ ସମାବେଶ: ଓଡ଼ିଶାରେ ବିଜେପି ସରକାର ହେବା ପରେ ଯୋଗ୍ୟ ହିତାଧିକାରୀ ପାଉଛନ୍ତି ସରକାରୀ ଯୋଜନାର ଲାଭ – ଧର୍ମେନ୍ଦ୍ର ପ୍ରଧାନ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.