ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ୨ ଗୁରୁତର।

 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ବୋଡେ଼ନ ରୁ ଦାବ୍ରି ପଦର ରାସ୍ତା ମଝିରେ ସୋମବାର ମଧ୍ୟାହ୍ନ ରେ ବିପରୀତ ଦିଗରୁ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ତରାପୁର ଗ୍ରାମର ଯୁବକ ପୁଳସ୍ୟ ଚଣ୍ଡି ବୋଳି ସୂଚନା ମିଳିଛି। ତେବେ ଦୁର୍ଘଟଣା ରେ ଅନ୍ୟ ୨ଜଣ ଗୁରୁତର ଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ରେ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ତରାପୁର ଗ୍ରାମର କେଦାର ବାଗ ଓ ଧର୍ମଗଡ ବ୍ଲକ ରେ କନିଷ୍ଠ ଯନ୍ତ୍ରୀ ଥିବା ରମାନନ୍ଦ ଭୋଇ ବୋଳି ସୂଚନା ମିଳିଛି ।ଘଟଣା ପରେ ଧର୍ମଗଡ ପୋଲିସ ସମେତ ଦମକଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଛି। ୨ ଗୁରୁତର ଙ୍କୁ ଧର୍ମଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Thanks for reading: ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ୨ ଗୁରୁତର।, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.