ଛତୁ ପାଇଁ ହତ୍ୟାକାଣ୍ଡ। ଦାଦା, ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା ।


ବରଗଡ ଜିଲ୍ଲା ପଦମପୁର ବ୍ଲକ ର ପଥୁରି ଗାଁ ରେ ଦେଖିବାକୁ ମିଳିଛି, ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦାଦାଙ୍କୁ ଗୁରୁତର ଅବସ୍ଥାରେ  ମେଡିକାଲରେ ଭର୍ତ୍ତି କରାଯାଇଛି।ପଦ୍ମପୁର ଥାନା ଅନ୍ତର୍ଗତ ପଥୁରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ ପଦ୍ମପୁର ଥାନା ପଥୁରୀ ଗାଁର ବିଶିକେଶନ ନାଗ ତାଙ୍କ ବିଲରେ ଛତୁ ଚାଷ କରିଛନ୍ତି। ରବିବାର ଦିନ ସନ୍ଧ୍ୟା ସମୟରେ ବିଲରୁ ଫେରିଲା ପରେ ଛତୁ ଚୋରି ହୋଇଥିବା ବା ନଷ୍ଟ ହୋଇଥିବା ବିଶିକେଶନ ପାଟି କରିଥିଲେ । ପରେ ତାଙ୍କ ପୁତୁରା ପୁଚୁ ନାଗ ଓରଫ ଶଶିଭୂଷଣ ନାଗଙ୍କ ମଧ୍ୟରେ ବଚସା ହୋଇଥିଲା । ଆଜି ସକାଳୁ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ପୂର୍ବାହ୍ଣରେ ପୁତୁରା ଦାଦାଙ୍କୁ ଆକ୍ରମଣ କରିଥିଲା । ବିଶିକେଶନ ତାଙ୍କ ଜ୍ବାଇଁଙ୍କୁ ଡାକି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇଥିଲେ । ସେହି ସମୟରେ ପୁତୁରା ଜଣକ ପୁଣି ଖୁଡି ବେଳମତି ଓ ଭଉଣୀ ସାବିତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଖୁଡି ଓ ଭଉଣୀଙ୍କ ମୃତ୍ୟୁ ହୋଇଥିଲା। ପରେ ଅଭିଯୁକ୍ତ ନିଜେ ଯାଇ ପଦ୍ମପୁର ଥାନାରେ ଆତ୍ମସମର୍ପଣ କରିଛି। ଏ ବିଷୟରେ ଖବର ପାଇ ପଦ୍ମପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି ।


ବରଗଡ ଜିଲ୍ଲା ରୁ ଶ୍ୟାମ ସୁନ୍ଦର ସୁନା ଙ୍କ ରିପୋର୍ଟ

Thanks for reading: ଛତୁ ପାଇଁ ହତ୍ୟାକାଣ୍ଡ। ଦାଦା, ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା ।, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.