କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ ଏନଏଚ୍-୨୬ ଅବରୋଧ କରି ଚାଷୀଙ୍କ ଆନ୍ଦୋଳନ


ବଲାଙ୍ଗୀର ଜିଲ୍ଲାର ସଇଁତଲା ଉଠାଜଳସେଚନ ପ୍ରକଳ୍ପ ଅଚଳ । ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ୟାର ସମାଧାନ ହେଉନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍ ୭ଟି ପଞ୍ଚାୟତର ଚାଷୀ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ବର୍ତ୍ତମାନ ପ୍ରକଳ୍ପରେ ଝୁଲୁଛି ତାଲା । ଆଉ ଏବେପଟେ ଚାଷୀ ଙ୍କୁ ଘାରିଛି ମରୁଡ଼ି ଚିନ୍ତାରେ ଝୁରି ହେଉଛନ୍ତି ଚାଷୀ।ଜମି ଶୁଖିଲା ପଡିଥିବାରୁ ଚାଷ ହେଇ ପାରୁନାହିଁ l କିଛି ସ୍ଥାନରେ ମାଟି ଫାଟି ଆଁ କଲାଣି ଏ ପରିସ୍ଥିତି କୁ ଦେଖି ଆଜି  ସାତୋଟି ଗ୍ରାମପଞ୍ଚାୟତ ର ହଜାର ହଜାର ସଂଖ୍ୟା ରେ ଜାତୀୟ ରାଜପଥ ନଂ ୨୬ ବରଗାଁ ଛକ ଠାରେ ରାସ୍ତା ଅବରୋଧ କରିଥିଲେ l ଚାଷୀ ଆନ୍ଦୋଳନ କୁ ଦେଖି କଂଗ୍ରେସ ଓ ବିଜେଡି ମଧ୍ୟ ସାମିଲ ହୋଇଥିଲେ l ଆନ୍ଦୋଳନ ରେ ବଲାଙ୍ଗୀର ଜିଲ୍ଲାର ବିଜେଡି ର ସାଂସଦ ପ୍ରାଥୀ ସୁରେନ୍ଦ୍ର ସିଂ ଭୋଇ l ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାଥୀ ବୀରେନ୍ଦ୍ର ବାଗ ସମତେ ସରପଞ୍ଚ ସମିତି ତଥା ଚାଷୀ ନେତା ଉପସ୍ଥିତ ଥିଲେ l ରାଜରାସ୍ତା ଅବରୋଧ କଳା ପରେ କିଛି ସମୟ ରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀ ଆନ୍ଦୋଳନ କୁ ପହଂଚି ଉପସ୍ଥିତ ଚାଷୀ ମାନଙ୍କ ସମ୍ମୁଖରେ ତିନି ଦିନରେ ଆଗ୍ରିମେଣ୍ଟ ସରିଯିବ ଗୋଟିଏ ସପ୍ତାହ ଭିତରେ ବୃହତ ଉଠାଜଳସେଚନ ଚାଲୁ କରାଯିବ ଓ ଗୋଟିଏ ସପ୍ତାହ ଭିତରେ ଚାଷ ଜମି ରେ ପାଣି ହେବ ବୋଲି ପ୍ରତିଶୃତି ଦେଲା ପରେ ହଜାର ହଜାର ଚାଷୀ ମାନେ ଆନ୍ଦୋଳନ ରୁ ଓହରୀ ଯାଇଥିଲେ ସୁରକ୍ଷା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ | 


ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ NEWS X ଓଡିଶା

Thanks for reading: କାମରେ ଆସୁନି ଉଠା ଜଳସେଚନ ପ୍ରକଳ୍ପ ଏନଏଚ୍-୨୬ ଅବରୋଧ କରି ଚାଷୀଙ୍କ ଆନ୍ଦୋଳନ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.