ଅବସର ନେଲେ ପୀୟୂଷ ଚାୱଲା

Simhanaad

 


ନୂଆଦିଲ୍ଲୀ: ୦୭/୦୬/ ୨୦୨୫ (ନ୍ୟୁଜ X ଓଡ଼ିଶା) ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟ୍‌ର ସେବା କରିଥିବା ଲେଗ୍‌ ସ୍ପିନର୍‌ ପୀୟୂଷ ଚାୱଲା ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏହି ଭେଟେରାନ୍‌ କ୍ରିକେଟର୍‌ ୨୦୦୭ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ଦିଦିକିଆ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ରହିଥିଲେ। ଶୁକ୍ରବାର ସେ ସାମାଜିକ ଗଣମାଧ୍ୟମରେ ଏକ ଭାବପୂର୍ଣ୍ଣ ପୋଷ୍ଟ୍‌ କରି ଅବସର ବିଷୟରେ ଜଣାଇବା ସହ ପରିବାର, ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଥିଲେ। ତାଙ୍କ କ୍ରିକେଟ୍‌ କ୍ୟାରିୟର୍‌ ଲାଗି ବାପାଙ୍କୁ ଶ୍ରେୟ ଦେଇଛନ୍ତି ଚାୱଲା। ୧୭ ବର୍ଷ ବୟସରେ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କୁ ଆଉଟ କରିବା ଏବଂ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ମ୍ୟାଚ୍‌ ବିଜୟୀ ସ୍ପେଲ୍‌ ପକାଇବା ଆଦିର ମୂଳଦୁଆ, ମୋ ବାପାଙ୍କ ମାର୍ଗଦର୍ଶନ ବୋଲି ସେ କହିଛନ୍ତି। ଆଇପିଏଲ୍‌ ତାଙ୍କ କ୍ୟାରିୟର୍‌କୁ ଆଗକୁ ବଢ଼ାଇବାରେ ବହୁତ ସହଯୋଗ କରିଥିଲା। ଏହି ଧନି ଲିଗ୍‌ରେ ସର୍ବାଧିକ ୱିକେଟ୍‌ ହାସଲକାରୀ ସ୍ପିନର୍‌ଙ୍କ ମଧ୍ୟରେ ସେ ମଧ୍ୟ ରହିଛନ୍ତି। ୨୦୧୨, ୨୦୧୪ରେ  କୋଲକାତା ନାଇଟ୍‌ ରାଇଡର୍ସର ଟ୍ରଫି ବିଜୟରେ ମଧ୍ୟ ତାଙ୍କର ପ୍ରମୁଖ ଅବଦାନ ରହିଥିଲା। ଭାରତ ପାଇଁ ଚାୱଲା ୩ ଟେଷ୍ଟ୍‌, ୨୫ ଦିନିକିଆ ଓ ୭ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆରେ ୪/୨୩ ‌ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ। ଏହି ଉତ୍ତରପ୍ରଦେଶ ଖେଳାଳି ପ୍ରଥମ ଶ୍ରେଣୀରେ ୪୪୬ ଏବଂ ଟ୍ବେଣ୍ଟି-୨୦ରେ ୩୧୯ ୱିକେଟ୍‌ ଅକ୍ତିଆର କରିଛନ୍ତି।


Thanks for reading: ଅବସର ନେଲେ ପୀୟୂଷ ଚାୱଲା, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.