ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ମୃତ


 ଚିତ୍ରକୋଣ୍ଡା/ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ ରହିଥିବା ବାଲିମେଳା ଜଳଭଣ୍ଡାରରେ ଜଣେ ବୁଡ଼ି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ସ୍ବାଭିମାନ ଅଞ୍ଚଳର ଓରାପଦର ଘାଟରେ। ଗତକାଲି ଅପରାହ୍ନରେ ଏକ ଦେଶୀ ଡଂଗାରେ ଜଣେ ଯୁବକ ନଦୀ ପାର କରୁଥିଲେ। ତେବେ ହଠାତ୍ କାଳବୈଶାଖୀ ଯୋଗୁଁ ଡଙ୍ଗାଟି ଓଲଟି ପଡିଥିଲା। ଶଙ୍କା ପଲାସି ନାମକ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ସଂଧ୍ୟା ପର୍ଯ୍ୟନ୍ତ ପୁଅ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଯୁବକ ଜଣକ ହେଲେ ନାକାମାମୁଡି ପଞ୍ଚାୟତର ବାଟାଗୁଡା ଗ୍ରମାର ସୁକ୍ରା ପଲାସିଙ୍କ ପୁଅ ଶଙ୍କା ପଲାସି। କାଲି ସଂଧ୍ୟା ସୁଦ୍ଧା ଯୁବକଙ୍କ ଶବ ଉଦ୍ଧାର ହୋଇପାରିନଥିଲା। ଆଜି ସକାଳୁ ପୁଣି ଅଗ୍ନିଶମ ଏବଂ ପୁଲିସ ତରଫରୁ ତଦନ୍ତ ଆରମ୍ଭ ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଶଙ୍କା କୌଣସି ଏକ କାମ ପାଇଁ ଓରାପଦର ଗ୍ରାମକୁ ଯାଇଥିଲେ। କାମ ସାରି ଅପରାହ୍ନରେ ଫେରୁଥିଲେ। ତେବେ ନଦୀ ମଝିରେ କାଳବୈଶାଖୀର ସମ୍ମୁଖୀନ ହୋଇ ଦୁର୍ଘଟଣାର ଶିକାର ହୋଇଛନ୍ତି। ପ୍ରକାଶ ଥାଉକି ଦୀର୍ଘ ବର୍ଷ ହେବ ଏହି ଓରାପଦର ଘାଟରେ ଏକ ପୋଲ ନିର୍ମାଣ ପାଇଁ ଲୋକେ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁ ନାହିଁ। ଏଠାରେ ପ୍ରତିବର୍ଷ ବାରମ୍ବାର ଡଙ୍ଗା ବୁଡ଼ିଯିବା ଫଳରେ ଜୀବନ ହାନି ହେଉଥିଲେ ମଧ୍ୟ ଆଉ କେତେ ମଲେ ପ୍ରଶାସନ ଚେତିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Thanks for reading: ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ମୃତ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.