ଭୁବନେଶ୍ବର: ବୁଧବାର ବିଳମ୍ବିତ ରାତିରେ ତମାଣ୍ଡୋ ଥାନା ସହଜପୁରରେ ସନ୍ତୋଷୀ ରାଉତ ନାମକ ଜଣେ ମହିଳା ଆତ୍ମହତ୍ୟା କରିଥିଲେ। ସ୍ବାମୀଙ୍କ ନିର୍ଯାତନା ସହି ନପାରି ସନ୍ତୋଷୀ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ଭାଇ କିଶୋର ନାୟକ ଅଭିଯୋଗ କରିବା ପରେ ପୁଲିସ ସ୍ବାମୀ ଭିକାରି ରାଉତକୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଭିକାରି ଓ ସନ୍ତୋଷୀ ୯ ବର୍ଷ ପୂର୍ବେ ବିବାହ କରିଥିଲେ ଏବଂ ସେମାନଙ୍କର ୨ଟି କନ୍ୟା ସନ୍ତାନ ରହିଛି। ପ୍ରଥମେ ସେମାନେ ଇନ୍ଫୋସିଟି ଥାନା ଶିଖରଚଣ୍ଡୀ ଅଞ୍ଚଳରେ ରହୁଥିଲେ। ସନ୍ତୋଷୀଙ୍କ ଚରିତ୍ରକୁ ନେଇ ଭିକାରି ସନ୍ଦେହ କରୁଥିଲେ। ତେଣୁ ଏନେଇ ସେ ସନ୍ତୋଷୀଙ୍କୁ ମାରଧର କରୁଥିଲେ ଏବଂ ବର୍ଷକ ତଳେ ସେମାନେ ଶିଖରଚଣ୍ଡୀ ଛାଡ଼ି ତମାଣ୍ଡୋ ସହଜପୁର ଚାଲିଆସିଥିଲେ। ତଥାପି ଭିକାରି ମନରୁ ସନ୍ଦେହ ଲିଭି ନଥିଲା। ପୂର୍ବଭଳି ସନ୍ତୋଷୀଙ୍କୁ ମାରଧର କରିଚାଲିଲେ। ଘଟଣା ଦିନ ସନ୍ଧ୍ୟାରେ ଭିକାରି ପୁଣି ସମାନ ଅଭିଯୋଗ କରି ସନ୍ତୋଷୀଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ। ମାନସିକ ଓ ଶାରୀରିକ ନିର୍ଯାତନା ସହି ନ ପାରି ସନ୍ତୋଷୀ ବେକରେ ଶାଢ଼ି ବାନ୍ଧି ଫ୍ୟାନ୍ରେ ଝୁଲି ପଡ଼ିଥିଲେ।
Thanks for reading: ସ୍ତ୍ରୀ ଆତ୍ମହତ୍ୟା ମାମଲାରେ ସ୍ବାମୀ ଗିରଫ, Sorry, my English is bad:)

