ବାହା ହେବେ କ୍ରିକେଟର ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜ, ନିର୍ବନ୍ଧ ସଂପନ୍ନ

 


ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ଆଜି ସଂପନ୍ନ ହୋଇଛି। ଲକ୍ଷ୍ନୌର ଏକ ହୋଟେଲରେ ଉଭୟଙ୍କ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ ଓ ଅତିଥିଙ୍କ ଗହଣରେ ହୋଇଛି ନିର୍ବନ୍ଧ। ହୋଟେଲରେ ନିର୍ବନ୍ଧ ପୂର୍ବରୁ ରିଙ୍କୁ ଓ ତାଙ୍କ ପରିବାର ଲୋକେ ଉତ୍ତର ପ୍ରଦେଶର ବୁଲନ୍ଦଶହରର ଚୌଢ଼େରା ସ୍ଥିତ ମା’ ବିଚିତ୍ରା ଦେବୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ। ପରେ ରିଙ୍କୁ ଓ ସାଂସଦ ପ୍ରିୟା ସରୋଜ ସାଙ୍ଗ ହୋଇ ହୋଟେଲକୁ ଆସିଥିଲେ। ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କ ନିର୍ବନ୍ଧରେ ଉପସ୍ଥିତ ରହିଥିବା ଅତିଥିଙ୍କ ମଧ୍ୟରେ ଅନେକ ରାଜନେତା ଓ କ୍ରିକେଟର ଥିଲେ। ପୂର୍ବତନ କ୍ରିକେଟର ପ୍ରବୀଣ କୁମାର, ପୀୟୂଷ ଚାୱାଲା ଓ ଉତ୍ତର ପ୍ରଦେଶ ରଣଜୀ ଟିମ୍ କ୍ୟାପଟେନ ଆର୍ଯ୍ୟନ ଜୁୟାଲ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ରାଜନେତାଙ୍କ ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଲୋକସଭା ସାଂସଦ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ତଥା ସାଂସଦ ଡିମ୍ପଲ ଯାଦବ, ରାଜ୍ୟସଭା ସାଂସଦ ଜୟା ବଚ୍ଚନ ଓ ଲୋକସଭା ସାଂସଦ ଇକ୍ରା ହାସନ ପ୍ରମୁଖ ଉପସ୍ଥିତ ଥିଲେ। ସମାଜବାଦୀ ପାର୍ଟିର ବରିଷ୍ଠ ନେତା ପ୍ରଫେସର ରାମ ଗୋପାଳ ଯାଦବ ଓ କଂଗ୍ରେସ ନେତା ରାଜୀବ ଶୁକ୍ଳା ମଧ୍ୟ ଉପସ୍ଥିତ ରହିଥିଲେ। ୨୦୨୫ ଆଇପିଏଲ୍‌ରେ ରିଙ୍କୁ ସିଂହ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିଥିଲେ। ସେ ୨୯.୪୨ ହାରରେ ୨୦୬ ରନ୍ କରିଥିଲେ। ପଏଣ୍ଟ ଟେବୁଲରେ ତାଙ୍କ ଦଳ ଅଷ୍ଟମ ସ୍ଥାନରେ ରହିଥିଲା। ୧୪ଟି ମ୍ୟାଚ୍‌ରୁ କୋଲକାତା ନାଇଟ ରାଇଡର୍ସ ୫ଟି ଜିତିଥିଲା। ଆଇପିଏଲ୍ ବ୍ୟତୀତ ୨୭ ବର୍ଷୀୟ ରିଙ୍କୁ ସିଂହ ଭାରତୀୟ ଟିଟ୍ୱେଣ୍ଟି ଦଳର ଜଣେ ସଦସ୍ୟ। ଭାରତ ପକ୍ଷରୁ ୩୩ଟି ଟିଟ୍ୱେଣ୍ଟି ଖେଳି ସେ ୫୪୬ ରନ୍ କରିଛନ୍ତି। ତା’ ମଧ୍ୟରେ ୩ଟି ଅର୍ଦ୍ଧଶତକ ରହିଛି। ଏହି ଫର୍ମାଟରେ ସେ ୨୦୨୩ରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ।ରିଙ୍କୁ ସିଂହ ଭାରତ ପାଇଁ ଦୁଇଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ୨୦୨୩ରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେ ଦିନିକିଆରେ ଡେବ୍ୟୁ କରିଥିଲେ। ଦୁଇଟି ଯାକ ଦିନିକିଆ ମ୍ୟାଚ୍ ସେ ଦକ୍ଷିଣ ଆଫ୍ରିକା ବିରୋଧରେ ହିଁ ଖେଳିଛନ୍ତି।ଅନ୍ୟପକ୍ଷରେ ୨୬ ବର୍ଷୀୟା ପ୍ରିୟ ସରୋଜ ୨୦୨୪ରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ସମାଜବାଦୀ ପାର୍ଟି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ବାପା ତୁଫାନି ସରୋଜ ହେଉଛନ୍ତି ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତା। ସେ ତିନି ଥର ସାଂସଦ ହୋଇଥିବା ବେଳେ ଏବେ ଉତ୍ତର ପ୍ରଦେଶ ବିଧାନସଭାର ସଦସ୍ୟ ଅଛନ୍ତି।

Thanks for reading: ବାହା ହେବେ କ୍ରିକେଟର ରିଙ୍କୁ ସିଂହ ଓ ସାଂସଦ ପ୍ରିୟା ସରୋଜ, ନିର୍ବନ୍ଧ ସଂପନ୍ନ, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.