ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି କରୋନା

 


ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି କରୋନା। କଟକ ଓ ଖୋର୍ଦ୍ଧା ଜିଲ୍ଲା ବାଦ୍ ଆଉ ୫ ଜିଲ୍ଲାରୁ ଜଣେ ଲେଖାଏ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କୋଭିଡ ରୋଗୀଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଏଯାଏଁ ଚିହ୍ନଟ ହୋଇଥିବା କୋଭିଡ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ୧୬ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଥିବା ବେଳେ କଟକରୁ ବାହାରିଛନ୍ତି ୯ ଜଣ। ସେହିପରି ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ଵର ଜିଲ୍ଲାରୁ ଜଣେ ଲେଖାଏ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରତିଦିନ କିଛି କିଛି ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇସାରିଲେଣି। ଏବେ ସକ୍ରିୟ ରୋଗୀ ସଂଖ୍ୟା ୨୩ ରହିଛି। କେହି ଗୁରୁତର ନାହାନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଯଦି ଆବଶ୍ୟକ ପଡ଼େ ତା’ହେଲେ ମାର୍ଗଦର୍ଶିକା ଜାରି କରାଯାଇପାରେ। ତେବେ ଏନେଇ ଏଯାବତ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ପରାମର୍ଶ ଆସି ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୬୪କୁ ବୃଦ୍ଧି ପାଇଛି। କେରଳରେ ୧୯୨ଟି ନୂଆ ମାମଲା ଆସିବା ସହିତ ସେଠାରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୯ରେ ପହଞ୍ଚି ଯାଇଛି। ସେହିପରି ଦିଲ୍ଲୀରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୨କୁ ବୃଦ୍ଧି ପାଇଥିବା ବେଳେ ଗୁଜରାଟରେ ୬୧୫, କର୍ଣ୍ଣାଟକାରେ ୪୫୧, ମହାରାଷ୍ଟ୍ରରେ ୫୪୮, ପଶ୍ଚିମବଙ୍ଗରେ ୫୯୬, ତାମିଲନାଡୁରେ ୨୨୧, ଉତ୍ତର ପ୍ରଦେଶରେ ୨୦୫ ଓ ରାଜସ୍ଥାନରେ ୧୦୭କୁ ବୃଦ୍ଧି ପାଇଛି। 

Thanks for reading: ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲାଣି କରୋନା, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.