ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ମାମୁ ଓ ୨ ଭାଣିଜୀଙ୍କ ଜୀବନ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ। ମୃତକମାନେ ହେଉଛନ୍ତି, ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମର ତ୍ରିନାଥ ରେଡ୍ଡୀ ଓ ତାଙ୍କର ଦୁଇ ଭାଣିଜୀ ବର୍ଷା ରେଡ୍ଡୀ (୧୬) ଓ ସାନ ଝିଅ ରୁଦ୍ରୀ ରେଡ୍ଡୀ (୬)। ତ୍ରିନାଥ ଓ ତାଙ୍କ ଦୁଇ ଭାଣିଜୀ ଭୋଜି ଖାଇ ବୁଲେଟ ଯୋଗେ ଦିଗପହଣ୍ଡିରୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ତେଲ ଟ୍ୟାଙ୍କର ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତ୍ରିନାଥଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଦୁଇ ଭାଣିଜୀଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
Thanks for reading: ବୁଲେଟକୁ ପିଟି ଦେଲା ଟ୍ୟାଙ୍କର: ମାମୁ ଓ ୨ ଭାଣିଜୀ ମୃତ, Sorry, my English is bad:)

