କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ଆଜିର ରାଶିଫଳ..

Simhanaad

  

Aries

ମେଷ


ଅଶ୍ୱନୀ- ପ୍ରେମକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ଦୂର ହେବ ।  କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଓ ତହିଁରେ ଲାଭ ମିଳିବ । ଶାରୀରିକ ପିଡା ଭୋଗ କରି ପାରନ୍ତି ।  ଘର ସଜାଇବାରେ ଧ୍ୟାନ ଦେବେ । ଦ୍ୱିଜା- ପୂର୍ବରୁ କରିଥିବା କାମରୁ ଲାଭ ମିଳିପାରେ । ବିଦ୍ୟାର୍ଥୀମାନଙ୍କ ପାଇଁ ଶୁଭ ଦାୟକ ରହିବ । ରାଜନୀତିରେ ସମର୍ଥନ ହ୍ରାସ ପାଇବ । ଆପଣଙ୍କର ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ । କୃତିକା- ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ । ଅଫିସରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିବ । ନୂତନ ଯାନବାହନ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି ।   

ପ୍ରତିକାର- ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :



Taurus

ବୃଷ


କୃତିକା- ବିଦ୍ୟାର୍ଥୀମାନେ ପଢାପଢିରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଭଲ ଫଳ ମିଳିବ ନାହିଁ । ରାଜନୀତିରେ ନୂତନ ସମସ୍ୟାରେ ପୀଡିତ ହେବେ ।  ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ । ରୋହିଣୀ- ପଡୋଶୀ ଏବଂ କୁଟୁମ୍ଭ ସହ ଲାଗିଥିବା କଳହର ସମାଧାନ ହୋଇଯିବ । ଯାନବାହନ କିଣି ଖୁସି ଅନୁଭବ କରିବେ । ଜାଗା ଜମି କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ ଦୂରେଇ ଯିବ । ମୃଗଶିରା- ଆକସ୍ମିକ ଭାବେ ନିକଟ ସମ୍ପର୍କୀୟ ମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ରାଜନୈତିକ ନେତା ମିଥ୍ୟା ଗୁଜବରେ ବିଚଳିତ ହେବେ । ବିବାଦୀୟ ପରିସ୍ଥିତିକୁ ମନ ବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି  ।

ପ୍ରତିକାର– ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :


Gemini

ମିଥୁନ


ମୃଗଶିରା- ଜୀବନସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ । ଅନ୍ୟ କାହାର ସହେଯାଗ ନ ପାଇଲେ ମଧ୍ୟ ଯେଉଁ କାର୍ଯ୍ୟ କରିବେ ତାହା ସୂଚାରୁ ରୂପେ କରିପାରିବେ । ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ । ପ୍ରଶାସନିକ କାମ ଧୈର୍ଯ୍ୟର ସହ କରନ୍ତୁ । ଆଦ୍ରା- ପରିବାରର ସମପର୍କୀୟଙ୍କ କୌଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ଧୀରସ୍ଥିର ମନଦେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ । ପୁନର୍ବସୁ- ସଭାସମିତିରେ ସମ୍ମାନ ପ୍ରାପ୍ତି ଘଟିବ । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ସାମ୍ବାଦିକତାରେ ଉଚ୍ଚ ପ୍ରଶଂସିତ ହେବେ ।

ପ୍ରତିକାର– ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :


Cancer

କର୍କଟ


ପୁନର୍ବସୁ- ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ ।  ପତ୍ନୀଙ୍କ ସହିତ ମତ  ପାର୍ଥକ୍ୟ ଦେଖାଦେଇ ପାରେ । ଶାରୀରିକ ଚିନ୍ତା ଦୂର ହେବ । ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ପୁଷ୍ୟା- ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ପ୍ରେମ ବୃଦ୍ଧି ପାଇବ ଏବଂ ପରସ୍ପର ପ୍ରତି ସମନ୍ୱୟର ଭାବନା ମଧ୍ୟ ରହିବ । ମହିଳା ମାନେ ଐଶ୍ୱର‌୍ୟ୍ୟର ଅଧିକାରୀ ହୋଇପାରନ୍ତି । ଅଶ୍ଲେଷା- ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସଘାତ କରିପାରନ୍ତି ।  ମହିଳାମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ ।

ପ୍ରତିକାର– ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
 

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :



Leo

ସିଂହ


ମଘା- କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । ପାରିବାରିକ ସହଯୋଗ ମିଳିବା ଦ୍ୱାରା ଧନ ଲାଭର ସୁଯୋଗ ଆସିବ । ମନ ଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ । ପୂ,ଫାଲଗୁନି- କ୍ୟାରିୟରରେ ସଫଳତା ମିଳିବ । ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ ହେବ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି । ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ । ଉ,ଫାଲଗୁନି- ମାଲିମକଦମା ସମସ୍ୟାର ସମାଧାନ କରିବେ । ନୂଆ ଅଧ୍ୟାପନା ଲାଗି ସୁଯୋଗ ଆସିବ । ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପର୍ଣ୍ଣ କରିବେ । ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ ।

ପ୍ରତିକାର– ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :୧ 



Virgo

କନ୍ୟା


ଉ,ଫଳଗୁନି- ସୁସ୍ଥ ମାନସିକତା ରକ୍ଷାକରି ବିଦ୍ୟାକ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବ୍ୟବସାୟିକ ବୃଦ୍ଧି କରିବା ପାଇଁ ଯାତ୍ରା କରିବାର ବିଶେଷ ସମ୍ଭାବନା ଅଛି । ନ୍ୟାୟମାର୍ଗ ଓ ମିଠା ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ୍ ହେବେ । ହସ୍ତା- ପ୍ରେମ କ୍ଷେତ୍ରରେ ସମୟ ଗୁଡିକ ହସ ଖୁସିରେ ବିତିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ଧାତୁ ପଦାର୍ଥ ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ଲାଭବାନ୍ ହେବେ । ଚିତ୍ରା- ଶିକ୍ଷା ଦୃଷ୍ଟିରୁ ପିଲା ମାନଙ୍କୁ ବହୁତ ଭଲ ଫଳ ମିଳିବ । ମହିଳାମାନଙ୍କର ଭାଗ୍ୟ ଉଦ୍ୟୟ ହୋଇପାରେ । ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟ ଟେନସନ୍ କିଛି ମାତ୍ରରେ କମିଯିବ ।

ପ୍ରତିକାର- ସକାଳୁ କାଉକୁ ଖାଇବାକୁ ଦିଅନ୍ତୁ   

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :



Libra

ତୁଳା


ଚିତ୍ରା- ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି । ପାରିବାରିକ କାର୍ଯ୍ୟରେ ଯୋଗଦେବାକୁ ସୁଯୋଗ ପାଇପାରନ୍ତି । ପ୍ରେମ ବୃଦ୍ଧି ପାଇବ ଏବଂ ପରସ୍ପର ପ୍ରତି ସମନ୍ୱୟର ଭାବନା ମଧ୍ୟ ରହିବ । ସ୍ୱାତୀ- ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କରିବା ପାଇଁ ସୁଯୋଗ ଆସିପାରେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ବିଶାଖା- ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ  ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ । ଜମିକୁ ନେଇ ଭାଇ ବିରୋଧୀ  ହୋଇପାରନ୍ତି ।

ପ୍ରତିକାର– କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :


Scorpio

ବିଛା


ବିଶାଖା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବେ । ବାଣିଜ୍ୟ- ବ୍ୟବସାୟରେ ସ୍ଥିତି ସୁଦୃଢ ହୋଇଯିବ । ଅନୁରାଧା- ରାଜନିତିରେ କୌଣସି କାର୍ଯ୍ୟ ଆପଣଙ୍କ ହାତରୁ ଖସି ଯାଇପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସା ପାଇବେ ।  ଜ୍ୟେଷ୍ଠା- ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭବାନ ହେବେ । କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।

ପ୍ରତିକାର– ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :



Scorpio

ବିଛା


ବିଶାଖା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିବେ । ବାଣିଜ୍ୟ- ବ୍ୟବସାୟରେ ସ୍ଥିତି ସୁଦୃଢ ହୋଇଯିବ । ଅନୁରାଧା- ରାଜନିତିରେ କୌଣସି କାର୍ଯ୍ୟ ଆପଣଙ୍କ ହାତରୁ ଖସି ଯାଇପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସା ପାଇବେ ।  ଜ୍ୟେଷ୍ଠା- ଦୂରଯାତ୍ରାରେ ପ୍ରିୟଜନଙ୍କ ସହ ମିଳନ ହେବା ସହ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭବାନ ହେବେ । କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।

ପ୍ରତିକାର– ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :


Capricorn

ମକର


ଉ,ଷାଢା- ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ । ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ୱିତ ହେବେ । ବନ୍ଧୁ ମିତ୍ରଙ୍କର ଆର୍ଥୀକ ସହାୟତାର ନୂତନ ପନ୍ଥା ଅନୁସରଣ କରିବେ । ଶ୍ରବଣା- କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ରାଜନିତିରେ ଚାପ ହେତୁ ମାନସିକ କ୍ଲାନ୍ତି ଅନୁଭବ କରିବେ । ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ । ଧନିଷ୍ଠା- କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।

ପ୍ରତିକାର– ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :


Aquarius

କୁମ୍ଭ


ଧନିଷ୍ଠା- ଆୟ ଖୁବ୍ ଭଲ ହେବ ଓ ବ୍ୟୟ ସାମାନ୍ୟ ବଢିବ । ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତ ରହିବେ । ପାରିବାରିକ ଜୀବନ ହସଉଲ୍ଲାସରେ କଟିବ । କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କାମରେ ଭାଇ,ଭଉଣୀଙ୍କ ସହଯୋଗ ପାଇବେ । ଶତଭିଷା- ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରିବେ । ମନ ପ୍ରଫୁଲ୍ଲିତ ରହିବ । ପଢାପଢିରେ ସର୍ମ୍ପୂର୍ଣ୍ଣ ଅବହେଳା ଘଟିବ ଓ ପଛେଇଯିବ ମହିଳାମାନେ ପୂଜାପାଠରେ ମନ ଲଗାଇବେ। ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ପୂ,ଭାଦ୍ରପଦ- ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ମାଲିମକନ୍ଦମାରେ ସଫଳତା ହାସଲ କରିବେ । ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।

ପ୍ରତିକାର– ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ 
 

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :


Pisces

ମୀନ


ପୂ,ଭାଦ୍ରପଦ- ଶାରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି । ନିଜ ଲୋକଙ୍କ ଉପରେ ଭରସା ମଧ୍ୟ କରି ପାରିବେ ନାହିଁ । ବ୍ୟବସାୟରେ କୈାଣସି ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ । ଉ,ଭାଦ୍ରପଦ- ଶିକ୍ଷାତ୍ରୀମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ । ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ଆର୍ଥୀକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ଖୁସି ରହିବ ନାହିଁ । ରେବତୀ- କର୍ମକ୍ଷେତ୍ରରେ ଅନିଚ୍ଛା ସତ୍ୱେ ପ୍ରତିକ୍ରିୟାକୁ ପ୍ରକାଶ କରନ୍ତୁ ନାହିଁ । ଜମିଜମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ । ମହିଳା ମାନଙ୍କ ପାଇଁ ଦିନଟି ମହତ୍ତ୍ୱପପୂର୍ଣ୍ଣ ରହିବ ।

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :

Thanks for reading: କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ଆଜିର ରାଶିଫଳ.., Sorry, my English is bad:)

Getting Info...

Post a Comment

Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
AdBlock Detected!
We have detected that you are using adblocking plugin in your browser.
The revenue we earn by the advertisements is used to manage this website, we request you to whitelist our website in your adblocking plugin.
Site is Blocked
Sorry! This site is not available in your country.