ମହାଭାରତ’ ପରେ ଅବସର ନେବେ ଆମୀର!

 


ଖୁବ୍‌ଶୀଘ୍ର ଅଭିନୟରୁ ଅବସର ନେବେ ବଲିଉଡ୍‌ର ମିଷ୍ଟର୍‌ ପର୍‌ଫେକ୍ସନିଷ୍ଟ୍‌ ଭାବେ ଜଣାଶୁଣା ସୁପର୍‌ଷ୍ଟାର୍‌ ଆମୀର୍‌ ଖାନ୍! ବର୍ତ୍ତମାନ ଏଭଳି ଏକ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଅସଲ କଥା ହେଲା, ଆଗକୁ ଆଉ ଅଧିକ ଫିଲ୍ମ‌ ନକରି ଅଭିନୟରୁ ଅବ୍ୟାହତି ନେବା ବିଷୟରେ ଚିନ୍ତା କରୁଥିବା ପ୍ରକାଶ କରିଛନ୍ତି ଖୋଦ୍‌ ଆମୀର। ଆଉ ତାଙ୍କର ଶେଷ ଫିଲ୍ମ ତାଙ୍କ ସ୍ୱପ୍ନର ପ୍ରକଳ୍ପ ହେବ ଏବଂ ଯାହାପରେ ସେ ଆଉ କିଛି କରିବେ ନାହିଁ। ଆମୀର୍‌ ଖାନ୍ କହିଛନ୍ତି ଯେ, ‘ସୀତାରେ ଜମିନ୍ ପର୍’ ପରେ ସେ କେବଳ ତାଙ୍କ ସ୍ୱପ୍ନର ସିନେମା ଉପରେ ଧ୍ୟାନ ଦେବେ। ନିକଟରେ ଷ୍ଟାର୍‌ ୟୁଟ୍ୟୁବର୍‌ ରାଜ୍ ଶମାନୀଙ୍କ ଏକ ପଡ୍‌କାଷ୍ଟ୍‌ରେ ଯୋଗ ଦେଇ ଆମୀର୍‌ ଖାନ୍ ତାଙ୍କର ଶେଷ ଫିଲ୍ମ ବିଷୟରେ ଦର୍ଶକଙ୍କୁ କହିଛନ୍ତି, ‘‘ମୋର ଏକ ସ୍ୱପ୍ନ ଅଛି। ତାହା ହେଉଛି ମହାଭାରତକୁ ନେଇ ଫିଲ୍ମ ତିଆରି କରିବା ଏବଂ ମୁଁ ଏହା ଉପରେ କାମ ଆରମ୍ଭ କରୁଛି। ‘ସୀତାରେ ଜମିନ୍ ପର୍’ର ରିଲିଜ୍ ପରେ ମୁଁ ମୋ ସ୍ବପ୍ନର ପ୍ରୋଜେକ୍ଟ୍‌ ଉପରେ କାମ ଆରମ୍ଭ କରିବି। ଏହି ସ୍ବପ୍ନ ପୂରଣ ହେବା ପରେ ହୁଏତ ମୋର ଅନୁଭବ ହେବ ଯେ ଏହାପରେ ମୁଁ ଆଉ ଫିଲ୍ମ କରିପାରିବି ନାହିଁ। କାରଣ ସେ ଫିଲ୍ମର ଅନୁଭବ ନିଶ୍ଚିତ ନିଆରା ହେବ। ଏ ଦୁନିଆରେ ଯାହା କିଛି ଅଛି, ତାହା ଆମେ ମହାଭାରତରୁ ପାଇବା। ସେ ଫିଲ୍ମ ଶେଷ ହେବା ପରେ ହିଁ ଜଣାପଡ଼ିବ ମୁଁ ଆଗକୁ କାମ କରିବି ନା ନାହିଁ।’’

Thanks for reading: ମହାଭାରତ’ ପରେ ଅବସର ନେବେ ଆମୀର!, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.