ମହାଲିଙ୍ଗ କଲେଜ ହଷ୍ଟେଲରୁ ଯୁବକ ନିଖୋଜ ଥାନାରେ ଅଭିଯୋଗ।


କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚନାମୁଣ୍ଡା ଗ୍ରାମ ର ସୁରେନ୍ଦ୍ର ରଣା ଙ୍କ ପୁଅ ତ୍ରିନାଥ ରଣା (୨୧) ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ କଲେଜ ରେ ଯୁକ୍ତ ତିନି ରେ ପାଠ ପଢ଼ୁଥିବା ବେଳେ ଗତ କାଲି ସକାଳ ରୁ ଛାତ୍ର ହଷ୍ଟେଲରୁ ନିଖୋଜ ହୋଇଥିବା ଜଣାପଡିଛି । ଏନେଇ ଛାତ୍ରଙ୍କ ବାପା କେଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଛାତ୍ରଙ୍କ ବାପା ସୁରେନ୍ଦ୍ର ରଣାଙ୍କ ଅଭିଯୋଗରୁ ମତେ ତାଙ୍କ ପୁଅ ତ୍ରିନାଥ ରାଣା ମହାଲିଙ୍ଗ ବିଜ୍ଞାନ କଲେଜରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଭାବେ କଲେଜର ହଷ୍ଟେଲରେ ରହି ପଢୁଥିଲେ । ଗତକାଲି ଅପରାହ୍ନ ୪ ଘଣ୍ଟା ସମୟରେ ତାର ହଷ୍ଟେଲରେ ରହୁଥିବା ସାଙ୍ଗମାନେ ତ୍ରିନାଥ ସକାଳ ୫ ଘଣ୍ଟା ସମୟରୁ ନିଖୋଜ ଥିବା ନେଇ ପରିବାର ଲୋକଙ୍କୁ ଫୋନ୍ କରିଥିଲେ । ପରିବାର ଲୋକେ ମହାଲିଙ୍ଗ ତଥା ଅନେକ ସ୍ଥାନରେ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ଖବର ନମିଳିବାରୁ ଆଜି ଛାତ୍ରଙ୍କ ବାପା ସୁରେନ୍ଦ୍ର ରଣା କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । କେଗାଁ ଥାନା କେସ ନମ୍ୱର ୩୪/୨୫ରେ ଏକ ନିଖୋଜ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି କେଗାଁ ପୋଲିସ ।ଏନେଇ କଲେଜ ପରିସରରେ କେଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଅନ୍ୟପଟେ ପରିବାର ବର୍ଗ କଲେଜ କର୍ତ୍ତୃପକ୍ଷ ଙ୍କୁ ଦାୟୀ କରିଛନ୍ତି ।

Thanks for reading: ମହାଲିଙ୍ଗ କଲେଜ ହଷ୍ଟେଲରୁ ଯୁବକ ନିଖୋଜ ଥାନାରେ ଅଭିଯୋଗ।, Sorry, my English is bad:)

Getting Info...

Post a Comment

Oops!
It seems there is something wrong with your internet connection. Please connect to the internet and start browsing again.
Site is Blocked
Sorry! This site is not available in your country.